ଯଥାଶୀଘ୍ର ଯୁଦ୍ଧରେ ବିରାମ ଲାଗିବା ଉଚିତ : ମୋଦୀ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ମୋଦୀ କହିଛନ୍ତି ଯେ, ଆଲୋଚନା ମାଧ୍ୟମରେ ହିଁ କୌଣସି ରାସ୍ତା ବାହାରି ପାରିବ । ଏଥିସହିତ ଯଥାଶୀଘ୍ର ଯୁଦ୍ଧରେ ବିରାମ ଲାଗିବା ଉଚିତ । ଯୁଦ୍ଧରେ ହୋଇଥିବା ମାନବୀୟ କ୍ଷତିକୁ ନେଇ ଭାରତ ଦୁଃଖିତ । ଭାରତ ଶାନ୍ତିର ଆହ୍ୱାନ ଦେଉଛି । ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱରେ ତୈଳ ଦର ବଢ଼ିଛି । ୟୁକ୍ରେନକୁ ମାନବୀୟ ସହାୟତା ପଠାଇଥିବା କଥା ମଧ୍ୟ ମୋଦୀ କହିଛନ୍ତି ।

ଅନ୍ୟପଟେ ମୋଦୀଙ୍କ ସହ ଆଲୋଚନା ପରେ ଜର୍ମାନୀ ଚାନ୍ସେଲର ଔଲାଫ ସ୍କୋଲଜ ମଧ୍ୟ ଯୁଦ୍ଧରେ ବିରାମ ଲଗାଇବାକୁ ଋଷକୁ ଅପିଲ କରିଛନ୍ତି । ଯୁଦ୍ଧ ଯୋଗୁ ସୀମା ପରିବର୍ତ୍ତନ ହେବନି ବୋଲି ସ୍କୋଲଜ କହିଛନ୍ତି ।