୨୦୦ ମିଟର ଦୌଡ଼ରେ ଦୂତୀ ହାତେଇଲେ ରୌପ୍ୟ ପଦକ

ବେଙ୍ଗାଲୁରୁ,ଏଜେନ୍ସି: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୨ରେ କିଟ୍‌କୁ ଆଉ ଏକ ପଦକ ମିଳିଛି। ବେଙ୍ଗାଲୁରୁରେ ଆୟୋଜିତ ୨ୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ କିଟ୍‌ ପକ୍ଷରୁ ୨୦୦ ମିଟର ଦୌଡରେ ଭାଗନେଇଥିଲେ ଧାବିକା ଦୂତୀ ଚାନ୍ଦ।

ଗତ ୩୦ ତାରିଖ ଦିନ ଆୟୋଜିତ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ୧୧.୬୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାତେଇ ଥିବାବେଳେ ଆଜି ୨୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ତେବେ ତାଙ୍କର ଏହି ସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍‌ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କୋଚ୍‌ ରମେଶ୍‌ ଜି ଏବଂ ତାଙ୍କର ବାପା ଓ ମା’ଙ୍କ ଆର୍ଶୀବାଦ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି।