ୟୁକ୍ରେନ-ଋଷ ମଧ୍ୟରେ ସଂର୍ଘଣ ଜାରି, ମାରିଓପୋଲକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ଅନ୍ତିମ ଲଢେଇ ଜାରି ରଖିଛି ଋଷ

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ-ଋଷ ମଧ୍ୟରେ ସଂର୍ଘଣ ଜାରି ରହିଛି। ଧ୍ୱଂସସ୍ତୂପରେ ପରିଣତ ହୋଇଗଲାଣି ୟୁକ୍ରେନର ଅନେକ ସହର। ସେଥିରେ ରହିଛି ମାରିଓପୋଲ ସହର। ଏହି ସହରକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ରୁଷ ନିଜର ଅନ୍ତିମ ଲଢେଇ ଜାରି ରଖିଛି।

ମାରିଓପୋଲର ପ୍ରଶାସନ ଅନୁସାରେ, ଷ୍ଟିପ୍ପାଣ୍ଟର ଭୂତଳ ବଙ୍କରରେ ସେନାଙ୍କ ସହ ପ୍ରାୟ ୨୦୦ ସାଧାରଣ ନାଗରିକ ଲୁଚି ରହିଛନ୍ତି। ମିଳିତ ଜାତିସଂଘର ହସ୍ତକ୍ଷେପ ସତ୍ତ୍ୱେ ୟୁକ୍ରେନରେ ଫସି ରହିଥିବା ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିନାହିଁ।

ତେବେ ମାରିଓପୋଲ ରଣନୈତିକ ଦୃଷ୍ଟିରୁ ରୁଷିଆ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସହରକୁ ସମ୍ପୂର୍ଣ୍ଣ କବଜା କରିବାକୁ ରୁଷ ସେନା ସଂଘର୍ଷ ଜାରି ରଖିଛନ୍ତି। ଅନ୍ୟପଟେ ଦୀର୍ଘ ଦିନର ସଂଘର୍ଷ ପରେ ବି ରୁଷ ୟୁକ୍ରେନର ରାଜଧାନୀ କିଭକୁ ନିଜ ଅକ୍ତିଆରକୁ ଆମି ପାରୁନାହିଁ।