Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ର ଫଳାଫଳ ଗତ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇଥିଲା । ଏହାପରେ ଜାନୁଆରୀ ୬ ତାରିଖଠାରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଥିଲା । ବର୍ତ୍ତମାନ ଭୋଟର ତାଲିକା ସଂକ୍ଷିପ୍ତ କାର୍ଯ୍ୟକ୍ରମ-୨୦୨୪ ଆରମ୍ଭ ହୋଇଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମରେ ଅକ୍ଟୋବର ୨୭ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲାର ୭୩- ଉମରକୋଟ, ୭୪- ଝରିଗାଁ, ୭୫- ନବରଙ୍ଗପୁର, ୭୬-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ସଂଯୋଗୀକରଣ, ସଂଶୋଧନ ଏବଂ ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ଅପସାରଣ କରାଯାଇ ଏସବୁର ଡ୍ରାଫ୍ଟ ଭୋଟର ତାଲିକା ଅକ୍ଟୋବର ୨୭ ତାରିଖରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ରଙ୍କ ଦ୍ୱାରା ସର୍ବସାଧାରଣରେ ପ୍ରକାଶ ପାଇଛି । ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକ୍ଟର ଏମ୍‌. ମନସ୍କତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜାତୀୟ କଂଗ୍ରେସ ଦଳ ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ବିଜେଡି ନଗର ସଭାପତି ପ୍ରମୋଦ ରଥ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଶୋଇ ଓ ବିଏସପିର ଜିଲ୍ଲା ସଭାପତି ଚନ୍ଦ୍ରଧ୍ୱଜ ମାଝୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ପାଇଥିବା ଡ୍ରାଫ୍ଟ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ସମୁଦାୟ ଲୋକସଂଖ୍ୟା ୧୦ଲକ୍ଷ ୭୯ହଜାର ୫୩୬ ରହିଥିବାବେଳେ ଭୋଟର ସଂଖ୍ୟା ୮ଲକ୍ଷ ୨୩ହଜାର ୩୭୭ ରହିଛି । ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ସର୍ବାଧିକ ୪ଲକ୍ଷ ୧୫ହଜାର ୪୩୬ ଓ ପୁରୁଷ ଭୋଟରଙ୍କ ସଂଖ୍ୟା ୪ଲକ୍ଷ ୭ହଜାର ୮୭୯ ରହିଛି । ପ୍ରକାଶିତ ଭୋଟର ତାଲିକାରେ ଅଧିକ୧ଲକ୍ଷ ୩ହଜାର ୫୯ ନୂତନ ଭୋଟରଙ୍କୁ ସଂଯୁକ୍ତ କରାଯାଇଛି । ଚଳିତ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ରେ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ କାର୍ଯ୍ୟକ୍ରମର ସୂଚୀ ଅନୁସାରେ ଅକ୍ଟୋବର ୨୭ ତାରିଖଠାରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟରଙ୍କଠାରୁ ଆପତ୍ତି ଅଭିଯୋଗ କିମ୍ବା ନୂତନ ଭାବେ ଭୋଟର ତାଲିକାରେ ପଞ୍ଜୀକରଣ ପାଇଁ ଆବେଦନ ଫର୍ମ ଗ୍ରହଣ କରାଯିବ ଏହାର ଚୂଡ଼ାନ୍ତ ତାଲିକା ଆସନ୍ତା ଜାନୁଆରୀ ୫ରେ ପ୍ରକାଶ ପାଇବ । ଏହି ଆପତ୍ତି ଅଭିଯୋଗମାନଙ୍କର ତାଲିକା ନିର୍ବାଚନ କମିଶନଙ୍କ ୱେବସାଇଟରେ ଦେଖିପାରିବେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ବୁଥସ୍ତରୀୟ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହେବ । ଜିଲ୍ଲାର ନିର୍ଭୁଲ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କ୍ଷେତ୍ରରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧି ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଡା. ମିଶ୍ର ପରାମର୍ଶ ଦେଇଛନ୍ତି । ଶେଷରେ ଡେପୁଟି କଲେକ୍ଟର ଜରୁରୀକାଳୀନ ବିଭାଗ ଏ. ମନସ୍ମିତା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।