ନୂଆଦିଲ୍ଲୀ: ଇନଫୋସିସର ସଂସ୍ଥାପକ ଏନଆର ନାରାୟଣ ମୂର୍ତ୍ତୀ ଭାରତୀୟ ଯୁବକଙ୍କୁ ୭୦ ଘଣ୍ଟା କାମ କରିବାକୁ କହିଥିଲେ। ଏହାକୁ ନେଇ ଭାରତପେ ସଂସ୍ଥାପକ ଅଶନୀର ଗ୍ରୋବର ନିଜ ପ୍ରତିକ୍ରିୟା ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ରଖିଛନ୍ତି ।
ଅଶନୀର ଗ୍ରୋବର ଲେଖିଛନ୍ତି ଯେ, ନାରାୟଣ ମୂର୍ତ୍ତୀଙ୍କ ଏହି ବୟାନକୁ ସାଧାରଣ ଜନତା ସକାରାତ୍ମକ ଭାବେ ଗ୍ରହଣ କରିନଥିବେ । କାରଣ କାମକୁ ଏବେ ବି ଫଳାଫଳ ବଦଳରେ କାର୍ଯ୍ୟସ୍ଥଳୀରେ ବିତାଇଥିବା ସମୟ ଆଧାରରେ ଦେଖାଯାଉଛି। ଅନ୍ୟ କଥାଟି ହେଲା ଲୋକେ ଭାବୁଛନ୍ତି ଯୁବକଙ୍କ ଅଳସୁଆ ଗୁଣ ଯୋଗୁ ଭାରତର ବିକାଶ ହୋଇପାରୁ ନାହିଁ। ଭାରତରେ ରାଗିବା ପାଇଁ ଜାତି, ଧର୍ମ ଓ କ୍ରିକେଟ ଭଳି ଅନେକ ପ୍ରସଙ୍ଗ ରହିଛି ।