ଅଷ୍ଟ୍ରେଲିଆଠୁ ୫ ରନରେ ହାରିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଆଜିର ରୋମାଞ୍ଚକ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୫ ରନରେ ଅଷ୍ଟ୍ରେଲିଆ ହରାଇ ଦେଇଛି । ଉକ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅନ୍ୟପଟେ ଅଷ୍ଟ୍ରେଲୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୩୮୮ ରନ୍ ହାସଲ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ୫୦ ଓଭରରେ ୯ ୱିକେଟ ହରାଇ ୩୮୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହା ହେଉଛି ଅଷ୍ଟ୍ରେଲିଆର ଲଗାତାର ୪ର୍ଥ ବିଜୟ ।