ବଲାଙ୍ଗିର,ଏନ୍ଏନ୍ଏସ୍: ଆସନ୍ତା ଗୁରୁବାର ବହୁମୂଲ୍ୟ ଭୋଟ ଦେବା ସମୟରେ ନିଜ ଅଂଚଳର ବିକାଶକୁ ପରଖନ୍ତୁ। କଂଗ୍ରେସ ଦଳ ଗତ ୭ ବର୍ଷ ଭିତରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛି, ଅନେକ ବାକି ରହିଯାଇଛି । ବିଗତ ପୌର ପରିଷଦର ବିରୋଧ ଯୋଗୁ ଅନେକ ପ୍ରକଳ୍ପ ଆଗେଇ ପାରୁନାହିଁ । ବିକାଶ ବିରୋଧୀ ବିଜେଡି ପୌର ପରିଷଦକୁ ବିରୋଧ କରି ଆସନ୍ତା ୨୪ ତାରିଖରେ କଂଗ୍ରେସ ଦଳର ଅଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁଙ୍କ ସମେତ ସମସ୍ତ ୨୧ଟି ୱାର୍ଡର କଂଗ୍ରେସ ପ୍ରାର୍ଥୀ ଓ ପ୍ରାର୍ôଥନୀଙ୍କୁ ହାତ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦିଅନ୍ତୁ ବୋଲି ବିଧାୟକ ନରସିଂହ ମିଶ୍ର ବିଭିନ୍ନ ନିର୍ବାଚନୀ ସଭାରେ ଭୋଟର ଭାଇଭଉଣୀଙ୍କୁ ନିବେଦନ କରିଛନ୍ତି ।
ନରସିଂହ ମିଶ୍ର ଆହୁରି କହିଛନ୍ତି ଯେ, ପୌର ପରିଷଦର ଅବହେଳା ଅସହାୟ ହେଲାଣି, ପୌରାଂଚଳର ନାଳ ନର୍ଦ୍ଦମା, ରାସ୍ତାଘାଟ ଅପରିଷ୍କାର ହୋଇପଡ଼ିଛି । ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଅର୍ଥକୁ ବାଟମାରଣା କରି ବିଗତ ପୌର ପରିଷଦ ବଲାଙ୍ଗିରକୁ ଦୁର୍ବଳ କରିଛି । ମିଛ ପ୍ରତିଶ୍ରୁତି ଦେଇ ବିଜେଡି ଦଳର ପ୍ରାର୍ଥୀମାନେ ଗତ ପୌର ପରିଷଦ ହାତେଇଥିବା ଏବେ ସର୍ବମାନ୍ୟ । ତେଣୁ ବଲାଙ୍ଗିରର ସର୍ବାଙ୍ଗୀନ ଉନ୍ନତି ପାଇଁ ଆପଣମାନେ ଏଥର କଂଗ୍ରେସ ଦଳର ଅଧ୍ୟକ୍ଷା ଏବଂ କାଉନସିଲର ପ୍ରାର୍ଥୀଙ୍କ ସପକ୍ଷରେ ନିଜର ବହୁମୁଲ୍ୟ ମତଦାନ ସାବ୍ୟସ୍ତ କରନ୍ତୁ ।