ପଞ୍ଜାବ ବିଧାନସଭାରେ ଭଗତ ସିଂହ, ଆମ୍ବେଦକର ଓ ମହାରାଜା ରଣଜିତ ସିଂହଙ୍କ ପ୍ରତିମା

ପଞ୍ଜାବ: ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଦ୍ୱାରା ଭଗତ ସିଂହ, ଭୀମରାଓ ଆମ୍ବେଦକର ଓ ପଞ୍ଜାବ ମହାରାଜା ରଣଜିତ ସିଂହଙ୍କ ପ୍ରତିମା ବିଧାନସଭାରେ ସ୍ଥାପିତ କରିବା ଲାଗି ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଇଛି। ମାନ କହିଛନ୍ତି ଯେ, ଏକ ଶ୍ରେଣୀ ରାଷ୍ଟ୍ର ରୂପରେ ଆମେ ସହିଦ-ଏ-ଆଜମ ଭଗତ ସିଂହଙ୍କ ଯୋଗଦାନକୁ କଦାପି ଭୁଲିବୁ ନାହିଁ । ସେହିପରି ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦେଶର ଭାଗ୍ୟକୁ ଆକାର ଦେଇଥିବା ଏବଂ ଭାରତୀୟ ସମ୍ବିଧାନର ମୁଖ୍ୟ ବାସ୍ତୁକାର ରହିଥିବା ଡା. ବୀ.ଆର ଆମ୍ବେଦକରଙ୍କୁ ମଧ୍ୟ ଭୁଲି ହେବ ନାହିଁ । ଏହି ମହାନ ନେତାଙ୍କ ଜୀବନୀ ସର୍ବଦା ଲକ୍ଷାଧିକ ଲୋକଙ୍କ ପାଇଁ ପ୍ରେରଣାର ସ୍ତ୍ରୋତ ପାଲଟିବ ।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଏହି ମହାନ ହସ୍ତିଙ୍କୁ ଜୀବନ୍ତ ରଖିବାରେ କୌଣସି ଅବହେଳା କରିବ ନାହିଁ । ଖାଲସା ରାଜ୍ୟର ସଂସ୍ଥାପକଙ୍କୁ ବିନମ୍ର ଓ ଉଚିତ ଶ୍ରଦ୍ଧାଞ୍ଜଳି ରୂପେ ବିଧାନସଭା ପରିସର ଭିତରେ ମହାରାଜା ରଣଜୀତ ସିଂହଙ୍କ ଏକ ପ୍ରତିମା ମଧ୍ୟ ନିର୍ମାଣ କରାଯିବ ।