ବଲାଙ୍ଗିର,ଏନ୍ଏନ୍ଏସ୍: ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକ ଗଙ୍ଗାଧର ନାୟକ, ସ୍ୱତନ୍ତ୍ର ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗତକାଲି ବଲାଙ୍ଗିର ମୁନିସିପାଲିଟିର ତାଲିମ କାର୍ଯ୍ୟକ୍ରମ ଓ ପାଟଣାଗଡ ଏନ୍ଏସିର ଷ୍ଟ୍ରଙ୍ଗରୁମ, ପିଙ୍କ ବୁଥ ଏବଂ ମଡେଲ ବୁଥ ପରିଦର୍ଶନରେ ଯାଇଥିଲେ। ନିର୍ବାଚନ ଅଧିକାରୀ ଓ ପୌରନିର୍ବାହୀ ଅଧିକାରୀଙ୍କ ସହିତ ପୌର ନିର୍ବାଚନ ୨୦୨୨ ନିର୍ବାଚନ ଆଦର୍ଶ ଆଚରଣ ବିଧି ସମ୍ବଦ୍ଧିୟ ନିୟମାବଳୀ ଆଲୋଚନା କରିଥିଲେ।
ଆଜି ଶ୍ରୀ ନାୟକ ଟିଟିଲାଗଡ଼ ମୁନିସିପାଲିଟିର ତାଲିମ କାର୍ଯ୍ୟକ୍ରମ, ଷ୍ଟ୍ରଙ୍ଗରୁମ, ପିଙ୍କ ବୁଥ ଏବଂ ମଡେଲ ବୁଥ ଓ ତୁଷୁରା ଏନ୍ଏସିର ଷ୍ଟ୍ରଙ୍ଗରୁମ, ପିଙ୍କ୍ ବୁଥ୍ ଏବଂ ମଡେଲ ବୁଥ୍ ପରିଦର୍ଶନରେ ଯାଇଥିଲେ। ନିର୍ବାଚନ ଅଧିକାରୀ ଓ ପୌରନିର୍ବାହୀ ଅଧିକାରୀଙ୍କ ସହିତ ପୌରନିର୍ବାଚନ ୨୦୨୨ ନିର୍ବାଚନ ଆଦର୍ଶ ଆଚରଣ ବିଧି ସମ୍ବନ୍ଧୀୟ ନିୟମାବଳୀ ଆଲୋଚନା କରିଥିଲେ।