ଜେନେରାଲ ମ୍ୟାନେଜର ବଡ଼ମାଲ ଗ୍ରସ୍ତ, ବିଭିନ୍ନ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ସଇଁନ୍ତଲା,ଏନ୍ଏନ୍ଏସ୍: ଆଜି ଭାରତୀୟ ରେଳ ବିଭାଗର ଜେନେରାଲ ମ୍ୟାନେଜର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ, ବଡ଼ମାଲ ଓ ସଇଁନ୍ତଲା ରେଳ ଷ୍ଟେସନ ଗସ୍ତ କରିଥିଲେ। ରେଳ ବିଭାଗ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ପହଞ୍ଚି ପ୍ରଥମେ ବଡ଼ମାଲ ରେଳ ଷ୍ଟେସନରେ ପହଞ୍ଚି ଯାଞ୍ଚ କରିବା ସହ ରେଳ ବିଭାଗ କାର୍ଯ୍ୟକୁ ନେଇ ଅନୁଧ୍ୟାନ କରିଥିଲେ। ପରେ ସଇଁନ୍ତଲା ରେଳ ଷ୍ଟେସନକୁ ସ୍ୱତନ୍ତ୍ର ଟ୍ରନରେ ଆସି ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ।

ପରେ ସଇଁନ୍ତଲା ବିକାଶ ପରିଷଦ ପକ୍ଷରୁ ସଇଁନ୍ତଲା ରେଳ ଷ୍ଟେସନରେ ପୁରୀ-ଦୁର୍ଗ, ଦୁର୍ଗ-ପୁରୀ ଟ୍ରେନ ରହିଣୀ ଦାବି କରିବା ସହ ସଇଁନ୍ତଲାରେ ଏକ ଓବେର ବ୍ରିଜ ନିର୍ମାଣ, ରେଳ ଷ୍ଟେସନରେ ପିଇବା ପାଣିର ସମସ୍ୟା, ଜମି ଅଧିଗ୍ରହଣରେ ଅନେକ ହିତାଧିକାରୀଙ୍କୁ କ୍ଷତିପୂରଣ ଦାବି କରିଥିଲେ। ପୁରୀ-ଦୁର୍ଗ ଟ୍ରେନ ରହିଣୀ ପାଇଁ ସଂଘ ଦାବି କରିଛି। ଟ୍ରେନ ପୂର୍ବରୁ ରହଣୀ କରୁଥିବା ବେଳେ କରୋନା ସମୟରେ ତାହା ବାତିଲ ହେଇଥିଲା।

ପୁରୀ-ଦୁର୍ଗ ଟ୍ରେନ ରହଣୀ ହେଲେ ଅଞ୍ଚଳର ଅଧିକାଂଶ ଲୋକେ ଭୁବନେଶ୍ୱର ମେଡିକାଲ ଯିବାରେ ସୁବିଧା ହେବା ସହ ଛାତ୍ରଛାତ୍ରୀମାନେ ମଧ୍ୟ ପାଠପଢା ମଧ୍ୟ ବେଶ ଉପକୃତ ହେବେ ବୋଲି ସଂଘ କହିଛି। ଅନ୍ୟପଟେ ଜେନେରାଲ ମ୍ୟାନେଜର ଅର୍ଚନା ଯୋଶୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।