Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆହ୍ୱାନ ଫାଉଣ୍ଡେସନ ଓ ଓଡ଼ିଆ ସାମ୍ବାଦିକଙ୍କ ସହଯୋଗରେ ଘରକୁ ଫେରିଲେ ନିର୍ଯାତିତ ଓଡ଼ିଆ ଶ୍ରମିକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆହ୍ୱାନ ଫାଉଣ୍ଡେସନ ଓ ଓଡ଼ିଆ ସାମ୍ବାଦିକଙ୍କ ସହଯୋଗରେ ଘରକୁ ଫେରିଲେ ନିର୍ଯାତିତ ଓଡ଼ିଆ ଶ୍ରମିକ

ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁକୁ ଓଡିଶାରୁ ବହୁତ ଲୋକ ଆସନ୍ତି କିଛି ରୋଜଗାର ଆଶାରେ। କିନ୍ତୁ କିଛି ସମୟରେ ସେଠାରେ ସେମାନେ ନିର୍ଯ୍ୟାତନାର ଶିକାର ହେଉଥିବା ଦେଖାଯାଉଛି। ଦଲାଲ ଠିକାଦାର ମାନେ ଭୁଲ କଥା କହି ଓଡ଼ିଶାରୁ ଶ୍ରମିକ ମାନଙ୍କୁ ବେଙ୍ଗାଲୁରୁ ଆଣି ବିଭିନ୍ନ କମ୍ପାନୀରେ ଲଗାଉଛନ୍ତି। ଯାହା ସେମନେ କାହିକି ଆଣନ୍ତି ଏଠାରେ ସେମାନେ ଅନ୍ୟ କାର୍ଯ୍ୟରେ ନିୟୋଜିତ ହୁଅନ୍ତି। ଯେଉଁମାନେ ବିରୋଧ କରନ୍ତି ସେମାନେ ନିର୍ଯ୍ୟାତନାର ଶିକାର ହୁଅନ୍ତି। ମାଡ଼ ମଧ୍ୟ ଖାଇବାର ନଜରି ଆସିଛି। ଅନେକ ଲୋକ ଲୁଚିଛପି ମଧ୍ୟ ଘରକୁ ପଳାଉଥିବା ଦେଖିବାକୁ ମିଳେ। ଏଭଳି ଘଟଣା ଏକ ଦୁର୍ଭାଗ୍ୟ ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଭଳି ଘଟଣା ବାରମ୍ବାର ଘଟୁଥିବା ସତ୍ତ୍ବେ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।

ଓଡ଼ିଶାରେ କାମ ନମିଳିବାରୁ ସେମାନେ ବାହାର ରାଜ୍ୟକୁ ଯାଉଛନ୍ତି। ଏତଦ୍‌ ସହ ବେଳେ ମୃତ୍ୟୁ ବରଣ ମଧ୍ୟ କରୁଥିବା ଦେଖିବାକୁ ମିଳେ। ସେହିଭଳି ଏକ ଘଟଣା ନଜରକୁ ଆସିଛି। ବେଙ୍ଗାଲୁରୁରେ ଥିବା ଓଡ଼ିଆ ସାମ୍ବାଦିକ ଗୋବିନ୍ଦ ବାରିକଙ୍କ ସହଯୋଗରେ ଜଣେ ନିର୍ଯାତିତ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ପଠାଯାଇଛି। ଓଡ଼ିଆ ଶ୍ରମିକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବଙ୍ଗିଦା ପଞ୍ଚାୟତ ଆଡଖଣ୍ଡିଆ ଗ୍ରାମର ସୁରେନ୍ଦ୍ର ନାୟକ। ସେ ବେଙ୍ଗାଲୁରୁ ହେବାଲ ଠାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ପ୍ରାୟ ଏକ ମାସ ତଳେ ସେ ବେଙ୍ଗାଲୁରୁ ଆସିଥିଲେ। ଠିକାଦାର ତାଙ୍କୁ ଯେଉଁ କାମ କରିବା ପାଇଁ କହିକି ଆଣିଥିଲା, ସେଥିରେ ନାଲଗାଇ ଅନ୍ୟ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରିଥିଲା।

ଏଭଳି ସେମାନେ ୧୦ରୁ ୧୫ ଜଣ ଆସିଥିବା କହିଛନ୍ତି ସୁରେନ୍ଦ୍ର। କିନ୍ତୁ କିଛି ଦିନ କାମ କରିବା ପରେ ନିର୍ଯ୍ୟାତନାର ଶିକାର ହେଲେ। ଫଳରେ ଜଣେ ଜଣେ ଲୁଚିକି ପଳାଇବାକୁ ଆରମ୍ଭ କଲେ। ସୁରେନ୍ଦ୍ରବି ୧୩ ତାରିଖ ଦିନ ଲୁଚିକି ପଳାଇ ଆସିଥିଲା। ହେଲେ ତା ପାଖରେ ଅର୍ଥ ନଥିବାରୁ ସେ କ’ଣ କରିବ କିଭଳି ଯିବ ଓଡ଼ିଶା କିଛି ଉପାୟ ନପାଇ ହେବାଳରେ ଥିବା ଏକ ହସ୍ପିଟାଲ ନିକଟକୁ ଆସି ସାହାଯ୍ୟ ମାଗିଥିଲା। କିନ୍ତୁ କେହି ସାହାଯ୍ୟ କରିନଥିଲେ। କାରଣ ତାର ଭାଷାକୁ କେହି ବୁଝିପାରିନଥିଲେ। ସୁରେନ୍ଦ୍ର ଓଡ଼ିଆ ବ୍ୟତୀତ ଅନ୍ୟ ଭାଷା ଜାଣିନଥିଲା। ଗୋଟେ ଦିନ ଉପାସରେ କାଟିଥିଲା ସୁରେନ୍ଦ୍ର। ପର ଦିନ ଅର୍ଥାତ ୧୪ ତାରିଖ ଜଣେ କନଡ଼ ଲୋକ ଯିଏକି ସନ୍ଦୀପ ଜି ତାଙ୍କ ମା’କୁ ମେଡିକାଲ ନେଇଥିଲେ ଦେଖାଇବାକୁ ସେହିଠାରେ ସୁରେନ୍ଦ୍ର କାନ୍ଦୁଥିବାର ଦେଖି ପଚାରିବା ପରେ ଜାଣିବାକୁ ପାଇଲେ ଓଡ଼ିଆ ବୋଲି। ପରେ ସେ ଆହ୍ୱାନ ଫାଉଣ୍ଡେସନକୁ ଜଣାଇ ଥିଲେ। ଆହ୍ୱାନ ଫାଉଣ୍ଡେସନର ମୁଖ୍ୟ ବ୍ରଜକିଶୋର ପ୍ରଧାନ ବେଙ୍ଗାଲୁରୁର ଓଡ଼ିଆ ସାମ୍ବାଦିକ ଗୋବିନ୍ଦ ବାରିକଙ୍କୁ ଜଣାଇଥିଲେ।

ଖବର ପାଇବା ପରେ ସେ ତାଙ୍କୁ ସେଠାରୁ ଆଣିଥିଲେ। ସେ ଭୟଭୀତ ଥିବା ସହିତ ସଙ୍ଗେ ସଙ୍ଗେ ଟିକେଟ ନମିଳିବାରୁ ତାଙ୍କୁ ଏକ ପିଜିରେ ରଖି ଥିଲେ। ଏବଂ ଖାଇବା ଦେବା ସହିତ ତାଙ୍କୁ ଦୁଇ ଦିନ ପିଜିରେ ରଖି ତାଙ୍କୁ ସୁସ୍ଥ କରିବା ସହ ତାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଆଜି ତାଙ୍କୁ ପ୍ରଶାନ୍ତି ଟ୍ରେନ ଯୋଗେ ନିଜ ଗ୍ରାମକୁ ପଠାଇଛନ୍ତି। ଓଡ଼ିଆ ସାମ୍ବାଦିକ ଗୋବିନ୍ଦ ବାରିକ, ଆହ୍ୱାନ ଫାଉଣ୍ଡେସନ ମୁଖ୍ୟ ବ୍ରଜକିଶୋର ପ୍ରଧାନ, ବେଙ୍ଗାଲୁରୁର ସନ୍ଦୀପ ଜି, ପିଜି ମାଲିକ ପ୍ରମୋଦ ବେହେରା, ସମାଜସେବୀ ଅଭୟ ବାରିକ ଓ ଅମିତ ଦାଶ ପ୍ରମୁଖଙ୍କ ସହଯୋଗ ପାଇଁ ଆଜି ସୁରେନ୍ଦ୍ର ଘରକୁ ଫେରିପାରିଲା। ହେଲେ ଏଠି ପ୍ରଶ୍ନ ଉଠୁଛି କେତେଦିନ ଏଭଳି ଚାଲିବ। ତେବ କେତେ ନିରିହ ଓଡ଼ିଆ ଶ୍ରମିକ ଏଭଳି ନିର୍ଯାତିତ ପାଉଥିବେ। ଏଭଳି ଘଟଣାକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।