ପାଟଣାଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜି ଏକ ଆଭାସୀ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇବା ପରେ ତହସିଲଦାର ଲକ୍ଷ୍ମଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିବାଦିତ ନାମାନ୍ତରୀକରଣ ସଂକ୍ରାନ୍ତୀୟ ୨୫ଟି ମାମଲା, ୧୯(୧)ସି ସଂକ୍ରାନ୍ତୀୟ ୨ଟି ମାମଲା, ସୀମା ନିଦ୍ଧାର୍ରଣ ସଂକ୍ରାନ୍ତୀୟ ୪ଟି ଓ ପରିବର୍ତ୍ତନ ସଂକ୍ରାନ୍ତୀୟ ୪ଟି ମାମଲାକୁ ମିଶାଇ ସମୁଦାୟ ୩୬ଟି ମାମଲାର ଶୁଣାଣୀ ହୋଇଥିଲା । ସ୍ଥାନୀୟ ତହସିଲଦାର ଶ୍ରୀ ମାଝୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଯୋଗୁ ଜନସାଧାରଣ ତ୍ୱରିତ ନ୍ୟାୟ ପାଉଥିବାରୁ ସାଧାରଣରେ ଏହାକୁ ସ୍ୱାଗତ କରାଯାଇଛି ।