ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକର କେନ୍ଦୁମୁଣ୍ଡି ଗ୍ରାମରେ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ୫୦୦ରୁ ଊର୍ଦ୍ଧ୍ୱ ମହିଳା ଗୋଟିଏ ରଙ୍ଗର ଶାଢ଼ୀ ପିନ୍ଧି ପ୍ରଥମେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିବା ଗ୍ରାମର ବଦାନ୍ୟ ବ୍ୟକ୍ତି ଘନଶ୍ୟାମ ମେହେରଙ୍କ ବାସଭବନକୁ ଯାଇ ମନ୍ଦିର କର୍ତ୍ତାଙ୍କୁ ବରଣ କରିଥିଲେ । ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଗାଁ ମୁଣ୍ଡରେ ଥିବା ପୋଖରୀ କୂଳରେ ପରମ୍ପରା ଅନୁଯାୟୀ ପୁଜାର୍ଚ୍ଚନା କରି ପୂର୍ଣ୍ଣ କଳସ ଧରି ସେଠାରୁ ପୁଣି ଜଗନ୍ନାଥ ମନ୍ଦିରକୁ ଫେରିଥିଲେ । ଏହି ଭବ୍ୟ ଜଗନ୍ନାଥ ମନ୍ଦିରରୁ ଘନଶ୍ୟାମ ମେହେର ତାଙ୍କ ପୁଅ ସୁବ୍ରତଙ୍କ ସ୍ମୃତି ଉଦ୍ଦେଶ୍ୟର ନିମାର୍ଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ୧ ତାରିଖରେ ଶେଷ ହେବାସହ ଗ୍ରାମରେ ପ୍ରତିଦିନ ପୁରାଣ ପଠନ ସହ ମନୋରଞ୍ଜନ କାର୍ଯ୍ୟକ୍ର ଆୟୋଜିତ ହେବ । ଆସନ୍ତା ସୋମବାର ମନ୍ଦିର ପ୍ରତିଷ୍ଠା କାରାଯିବ ବୋଲି ଆୟୋଜକ ସୁବ୍ରତ ସ୍ମୃତି କମିଟି ପକ୍ଷରୁ କୁହାଯାଇଛି ।