ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୋକିଓ ଅଲମ୍ପିକରେ ହକିରେ ବ୍ରୋଞ୍ଜ ପଦକ ଜିତିଥିବା ବୀରେନ୍ଦ୍ର ଲାକ୍ରା ଅବସର ଘୋଷଣା କରିଛନ୍ତି। ବୀରେନ୍ଦ୍ରଙ୍କ ଅବସର ନେଇ ହକି ଇଣ୍ଡିଆ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ବୀରେନ୍ଦ୍ର ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ବୀରେନ୍ଦ୍ର ଜଣେ ଭଲ ଡିଫେଣ୍ଡର ଭାବେ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିଲେ।