ଏନବୀଏର ବ୍ରାଣ୍ଡ ଆମ୍ବାସେଡର ହେଲେ ରଣବୀର ସିଂହ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନବୀଏ)ର ବ୍ରାଣ୍ଡ ଆମ୍ବାସେଡର କରାଯାଇଛି। ରଣବୀର ଏନବୀଏ ସହିତ ୨୦୨୧-୨୨ରେ ଭାରତରେ ଲିଗର ପ୍ରୋଫାଇଲକୁ ବଢ଼ାଇବା ପାଇଁ କାମ କରିବେ। ସେ କ୍ଲୀବଲ୍ୟାଣ୍ଡରେ ଏନବିଏ ଅଲଷ୍ଟାର-୨୦୨୨ରେ ମଧ୍ୟ ଭାଗ ନେବେ। ସେଠାରେ ସେ ପରଦା ପଛରେ ଥିବା ସୋସିଆଲ ମିଡିଆ ବିଷୟବସ୍ତୁ ପୋଷ୍ଟ କରିବେ। ଏହାପୂର୍ବରୁ ରଣବୀର ଟରେଣ୍ଟୋରେ ଅଲଷ୍ଟାର-୨୦୧୬ରେ ସାମିଲ ହୋଇଥିଲେ।

ଏନବୀଏର ବ୍ରାଣ୍ଡ ଆମ୍ବାସେଡର ହେବା ପରେ ରଣବୀର କହିଛନ୍ତି ଯେ, ପିଲାଦିନୁ ହିଁ ମୁଁ ବାସ୍କେଟବଲ ଓ ଏନବୀଏକୁ ଖୁବ୍ ଭଲପାଏ। ସଙ୍ଗୀତ, ଫ୍ୟାସନ, ମନୋରଞ୍ଜନ ସହିତ ଲୋକପ୍ରିୟ ସଂସ୍କୃତି ଉପରେ ଏହାର ପ୍ରଭାବକୁ ନେଇ ମୁଁ ବେଶ୍ ଉତ୍ସାହିତ।