ବିଜେପି ଯାଉନି କିନ୍ତୁ କଂଗ୍ରେସ ଛାଡ଼ୁଛି: କ୍ୟାପଟେନ ଅମରିନ୍ଦର ସିଂହ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କିଛି କଥା ସ୍ପଷ୍ଟ କରିଛନ୍ତି। ଅମରିନ୍ଦର କହିଛନ୍ତି ଯେ, ବିଜେପି ଯାଉନି କିନ୍ତୁ କଂଗ୍ରେସ ଛାଡ଼ୁଛି। ଏବେ ପର୍ଯ୍ୟନ୍ତ ମୁଁ କଂଗ୍ରେସରେ ଅଛି କିନ୍ତୁ ଆଉ ରହିବିନି।  ୫୦ ବର୍ଷ ପରେ ମୋ ବିଶ୍ୱାସନୀୟତା ଉପରେ ସନ୍ଦେହ କରାଯାଉଛି। ମୁଁ ଏପରି ବ୍ୟବହାର ସହ୍ୟ କରିପାରିବିନି।

ସୂଚନାଯୋଗ୍ୟ, କ୍ୟାପଟେନ ଅମରିନ୍ଦର ସିଂହ ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଆଉ ଆଜି ସକାଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ପଞ୍ଜାବ ସୀମା ସୁରକ୍ଷା ଏବଂ  ରାଜ୍ୟର ରାଜନୈତିକ ସଙ୍କଟକୁ ନେଇ ଚର୍ଚ୍ଚା ହୋଇଥିଲା।