କୋହଲୀଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ବ୍ୟକ୍ତିକୁ ମୁମ୍ବାଇ ସାଇବର ସେଲ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ୨୩ ବର୍ଷୀୟ ରାମନାଗେଶ ଅଲିବଥିନୀ। ଅଭିଯୁକ୍ତକୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି। ରାମନାଗେଶ ପେଶାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ସେ ପୂର୍ବରୁ ଫୁଡ ଡେଲିଭରି ଆପ୍ ପାଇଁ ସଫ୍ଟୱେୟାର ପ୍ରସ୍ତୁତ କରୁଥିଲେ।

ସୂଚନାଯୋଗ୍ୟ, ଟି-ଟ୍ୱୋଣ୍ଟି ୱାର୍ଲ୍ଡକପରେ ପାକିସ୍ତାନଠାରୁ ହାରିବା ପରେ ବିରାଟ କୋହଲୀ ଓ ତାଙ୍କ ପରିବାରକୁ ଧମକ ମିଳିଥିଲା। ଟ୍ୱିଟରରେ ଏକ ଅଜଣା ଆକାଉଣ୍ଟରୁ ବିରାଟଙ୍କ ଝିଅକୁ ଧୁଷ୍କର୍ମର ଧମକ ମିଳିଥିଲା। ଯେଉଁ ଆକାଉଣ୍ଟରୁ ଟ୍ୱିଟ୍ ହୋଇଥିଲା ପରେ ତାହାକୁ ଡିଲିଟ କରି ଦିଆଯାଇଥିଲା।