ରାଜ୍ୟରେ ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

କଟକ,ଏନ୍ଏନ୍ଏସ୍: ରାଜ୍ୟରେ ନଭେମ୍ବର ୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବ। ଏନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। କୋଭିଡ ଗାଇଡଲାଇନକୁ ଧ୍ୟାନରେ ରଖି ପାଠ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ଦୀପାବଳୀ ପରେ ସ୍କୁଲ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।