ଗୋ ଚାଲାଣ ରୋକିଲେ ଗ୍ରାମବାସୀ: ୪୨ ଗାଈ ଜବତ, ୫ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅମାପାଲି ଗ୍ରାମରୁ କୋଲକାତାକୁ ଗୋ-ଚାଲାଣ ହେଉଥିବାବେଳେ ଗ୍ରାମବାସୀମାନେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି। ଏହି ସମୟରେ ଗ୍ରାମବାସୀମାନେ ଗାଈ ଚାଲାଣ କରୁଥିବା ଅଭିଯୁକ୍ତ ଓ ଗାଡ଼ିକୁ ଅଟକ ରଖି ରେଙ୍ଗାଲି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରେଙ୍ଗାଲି ପୁଲିସ ପହଞ୍ଚି ୪୨ ଟି ଗାଈଙ୍କୁ ଉଦ୍ଧାର କରିବା ସହ କଣ୍ଟେନରକୁ ଜବତ କରିଛି। ସେହିପରି ୫ ଜଣ ଅଭିଯୁକ୍ତକୁ ଗିରଫ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ରେଙ୍ଗାଲି ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି।