ସଚିବାଳୟର ସମସ୍ତ କର୍ମଚାରୀଙ୍କ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏହା ସଚିବାଳୟରେ ମଧ୍ୟ ପହଞ୍ଚିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସଚିବାଳୟର ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କୁ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ସେମାନେ କ୍ୟାପିଟାଲ ହସ୍ପିଟାଲ ଯାଇ ସ୍ୱାବ ଦେଇପାରିବେ। ଏନେଇ ସଚିବାଳୟ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ହୋଇଛି। ତେବେ ଏହି ଟେଷ୍ଟ ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ଦର୍ଶାଯାଇଛି।

ଗତ ୧୪ ତାରିଖରେ ସଚିବାଳୟର ସାଧାରଣ ସମ୍ପାଦକ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କୋଭିଡ-୧୯ ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେଇଥିଲେ।