ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ମୃତ୍ୟୁ ହୋଇଥିବା ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା ରାଶିକୁ ଆଜି ମଞ୍ଜୁରି ମିଳିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ସହାୟତା ରାଶିକୁ ମଞ୍ଜୁର କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଗଞ୍ଜାମର ‘ସମାଜ’ ଖବରକାଗଜର ସାମ୍ବାଦିକ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତିର ‘ନ୍ୟୁଜ ଟୁଡେ’ ସାମ୍ବାଦିକ ସ୍ୱର୍ଗତ କେସି ରତ୍ନମଙ୍କ ପରିବାରକୁ ସହାୟତା ରାଶି ମଞ୍ଜୁର କରାଯାଇଛି।
ସୂଚନା ଅନୁସାରେ ରାଜ୍ୟରେ କରୋନା ଭୂତାଣୁ ବ୍ୟାପିଥିବା ବେଳେ ରାଜ୍ୟ ସରକାର କରୋନାରେ ମୃତ୍ୟୁ ବରଣ କରୁଥିବା ଯୋଦ୍ଧାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜର ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ପୁଲିସଙ୍କ କରୋନାରେ ମୃତ୍ୟୁ ହେଲେ ସେମାନଙ୍କୁ ୫୦ ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଥିଲା। ସେହିପରି ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବାରୁ ସାମ୍ବାଦିକଙ୍କ ନିମନ୍ତେ ମଧ୍ୟ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଥିଲେ। ସାମ୍ବାଦିକଙ୍କ ଯଦି କରୋନାରେ ମୃତ୍ୟୁ ହୁଏ ସେମାନଙ୍କୁ ୧୫ ଲକ୍ଷ ସହାୟତା ଦିଆଯିବ ବୋଲି ଘୋଷଣା ହୋଇଥିଲା।