ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର ବିଭିନ୍ନ ହାଇସ୍କୁଲକୁ ରୂପାନ୍ତରିତ କରିବା ଦିଗରେ ୫ଟିରେ ସାମିଲ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସ୍ୱଚ୍ଛ ପରିବେଶ ସାଙ୍ଗକୁ ସ୍କୁଲ ସୌଦର୍ଯ୍ୟ କରଣ କରିବା ସହ ଛାତ୍ରଛାତ୍ରୀମାନେ କିଭଳି ଭାବେ ସ୍କୁଲକୁ ଆସି ଭଲ ପାଠ ପଢିବେ ଓ ସ୍କୁଲକୁ ଆସିବା ପ୍ରତି ଆଗ୍ରହ ବୃଦ୍ଧି ପାଇବ ସେନେଇ ସ୍କୁଲ ମାନଙ୍କୁ ୫ଟିରେ ସାମିଲ କରିଛନ୍ତି ରାଜ୍ୟ ସରକାର। ହେଲେ ୫ଟିକୁ ମାନୁଛି କିଏ। ଠିକାଦାର ଓ ବ୍ଲକ୍ ପ୍ରଶାସନର ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି କାର୍ଯ୍ୟ ଦେଖୁବାକୁ ମିଳିଛି।
ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ହାଇସ୍କୁଲରେ ୪୨ ଲକ୍ଷ ଟଙ୍କା ମଧ୍ୟରୁ ୧୮ ଲକ୍ଷ ଟଙ୍କା ଅଟକଳ ପରିମାଣରେ ସ୍କୁଲ ଉନ୍ନତି ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ନିମ୍ନମାନର କାମ ହେଉଥିବା ନେଇ ଗ୍ରାମର ଶତାଧିକ ମହିଳା ମାନେ ଉତ୍କ୍ଷିପ୍ତ ହୋଇ କାମ ବନ୍ଦ କରିବା ପାଇଁ ଠିକାଦାରକୁ କହିଥିଲେ। କାମଟି ନିମ୍ନମାନର ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଉକ୍ତ କାମକୁ ଭିଜିଲାନ୍ସ ତଦନ୍ତ ଦାବି କରିବା ସହ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ଖବର ପାଇବା ପରେ ଘଟଣା ସମ୍ପର୍କରେ ଉକ୍ତ ସ୍ଥାନରେ ଜେଇ ହେମନ୍ଦ୍ର ନାଥ ମଲ୍ଲିକ, ବିକାଶ ଚନ୍ଦ୍ର ଦୀପ ପ୍ରମୁଖ ଆସି ତଦାରଖ କରିଥିଲେ। ଗ୍ରାମବାସୀ ଓ ବ୍ଲକ ପ୍ରଶାସନ ମୁହାଁମୁହିଁ ହେବା ଫଳରେ ହଟାହଟା ବ୍ଲକ୍ ପ୍ରଶାସନକୁ ହେବାକୁ ପଡିଥିଲା। ଗାଁର ମହିଳାଙ୍କୁ ଦେଖିବା ମାତ୍ରେ ଠିକାଦାର ମାନେ ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି। କିଛି ସମୟ ପର୍ଯ୍ୟନ୍ତ ଗ୍ରାମବାସୀ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ବ୍ଲକ୍ ପ୍ରଶାସନର ବୁଝାସୁଝା ପରେ ଶାନ୍ତ ହୋଇ ପଡିଥିଲା।
ପରେ ଠିକାଦାରକୁ ଜେଇ ଶ୍ରୀଯୁକ୍ତ ମଲ୍ଲିକ ଡାକିବା ପରେ ଉକ୍ତ ସ୍ଥାନରେ ଠିକାଦାର ପହଁଚିବା ପରେ କାମ ବନ୍ଦ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀ ଓ ବ୍ଲକ୍ ପ୍ରଶାସନର ବୈଠକ ପରେ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଘରକୁ ଫେରିଥିଲେ। ତେବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।