ୟୁକ୍ରେନରେ ଗୁଗୁଲ ସେବା ଉପରେ ପ୍ରଭାବ

ନୂଆଦିଲ୍ଲୀ: ଋଷ ଆକ୍ରମଣ ପରେ ୟୁକ୍ରେନରେ ଦିନକୁଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହାଦ୍ୱାରା ୟୁକ୍ରେନର ଅନେକ ସହରରେ ଖୁବ୍ କ୍ଷତି ହୋଇଛି । ଆଉ ଏବେ ୟୁକ୍ରେନରେ ଗୁଗୁଲ ସେବା ଉପରେ ମଧ୍ୟ ପ୍ରଭାବ ପଡ଼ିବାରେ ଲାଗିଛି । ଗୁଗୁଲର ଅନେକ ସେବା ଏବେ ସେଠାକାର ଲୋକ ପାଇ ପାରୁନାହାନ୍ତି । ଏନେଇ ଋଷ ସରକାରଙ୍କ ସହ ଜଡ଼ିତ ଏକ ମିଡିଆ ହାଉସ ସୂଚନା ପ୍ରଦାନ କରିଛି ।

ୟୁକ୍ରେନରେ ଗୁଗୁଲ ସେବା ଡାଉନ ରହିବା ସହ ଲୋକମାନେ ତାଙ୍କ ଜିମେଲ ଆକାଉଣ୍ଟ ମଧ୍ୟ ଚଲାଇ ପାରୁନାହାନ୍ତି । ଅନ୍ୟପଟେ ୟୁଟ୍ୟୁବ ମଧ୍ୟ କାମ କରୁନାହିଁ ବୋଲି ସୂଚନା ମିଳିଛି