ଭଣ୍ଡବାବାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

ସଇଁନ୍ତଳା,ଏନ୍ଏନ୍ଏସ୍: ଭଣ୍ଡବାବାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରିଛନ୍ତି ଗ୍ରାମବାସୀ। ପରେ ଗ୍ରାମବାସୀ ତାକୁ ପୁଲିସରେ ଜିମା ଦେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଧୀନସ୍ଥ କନ୍ଦକେଲଗାଁ ପଞ୍ଚାୟତ ଗୁର୍ଲାମାଲ ଗ୍ରାମରେ। ଗୁର୍ଲାମାଲ ଗାଁ ମଠରେ ଉକ୍ତ ବାବା (ତୁଳସି ବାଦଲ ଦାସ) ଅନେକ ଦିନ ଧରି ରହି ଆସୁଥିଲେ। ସେ ଟାଙ୍ଗିଆ ଛୁରି ସହ ଅନ୍ୟାନ୍ୟ ମାରଣାସ୍ତ୍ର ଓ ପୂଜା ସାମଗ୍ରୀ ରଖିବା ସହିତ ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକେ ବାବାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ସଇଁନ୍ତଳା ପୁଲିସ ଘଟଣାସ୍ଥଳରୁ ବାବା ତୁଲସି ବାଦଲ ଦାସଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ ମାରଣାସ୍ତ୍ର ଜବତ କରିଛି।

ସେହିପରି ଗତ ଫେବୃଆରୀ ମାସରେ ଦୁଇ ଜଣ ଭଣ୍ଡବାବା ଦାମି ଗାଡିରେ ଆସି ସଇଁନ୍ତଲା ରମେଶ ମୋବାଇଲ ଦୋକାନୀକୁ ବିଭୁତି ଲଗାଇ ଲୁଟିନେଇ ଥିଲେ। ଏନେଇ ସଇଁନ୍ତଳା ପୁଲିସ ଏକ ମାମଲା ରୁଜୁ କରିଥିଲେ ସୁଦ୍ଧା ଭଣ୍ଡ ବାବାଙ୍କ ସନ୍ଧାନ ପାଇଁ ପାରିନଥିଲା। ଗତ ଏକ ମାସ ଭିତରେ ସଇଁନ୍ତଳା ଥାନା ଅଞ୍ଚଳରେ ଦୁଇ ଦୁଇ ଭଣ୍ଡବାବାଙ୍କ କାରନାମା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି।