ପିପିଲି ଉପ ନିର୍ବାଚନ ପ୍ରଚାର ଦାୟିତ୍ୱରେ ୪ ବରିଷ୍ଠ ବିଜେଡ଼ି ନେତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଥିବା ବେଳେ ନିର୍ବାଚନୀ ପ୍ରଚାର ପାଇଁ ପ୍ରସ୍ତୁତି ହେଉଛି। ଏହି ମଧ୍ୟରେ ରୁଦ୍ର ମହାରଥୀ ବିଜେଡି ତରଫରୁ ଟିକେଟ ପାଇଛନ୍ତି। ତେବେ ଏହି ନିର୍ବାଚନ ପାଇଁ ବିଜେଡି ତରଫରୁ ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରଚାର ପାଇଁ ବିଜେଡ଼ି ତରଫରୁ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ୪ ନେତା ହେଲେ ଦେବୀ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମା। ଏନେଇ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।