ନିଆଁ ଲାଗି ଜଳିଗଲା ଶହ ଶହ କାଜୁ ଗଛ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ଶହ ଶହ କାଜୁ ଗଛ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ପାଟଣା ରେଞ୍ଜର ମଲ୍ଲୀପଶି, ପଦ୍ମପୁର, ଭାଲୁପାହାଡ଼ି ଓ ସଦର ରେଞ୍ଜର ଜାଡିଚାତର କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବାକୁ ଉଭୟ ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀଙ୍କ ଉଦ୍ୟମ ଜାରି ରହିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। କେହି ଦୁର୍ବୃତ୍ତ କାଜୁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରଯାଉଛି।