ନିଲମ୍ବିତ କିରାଣୀଙ୍କ ଘରୁ ଗୋଟିଏ କାର, ୬ଟି ବୁଲେଟ ସହ ୮ ଲକ୍ଷ ୭୧ ହଜାର ଜବତ

ବଲାଙ୍ଗିର, ଏନ୍ଏନ୍ଏସ୍: କିଛିମାସ ପୂର୍ବରୁ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ୍ ଟଙ୍କାରେ ତଞ୍ଚକତା କରାଯାଇ ୧ କୋଟି ୭୧ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରମୋଦ ରଥଙ୍କୁ ନିଲମ୍ବିତ କରାଯାଇଥିଲା। ଆଜି ଭିଜିଲାନ୍ସ ପକ୍ଷରୁ ପ୍ରମୋଦ ରଥଙ୍କ ହାତୀଶାଳପଡ଼ା ସରକାରୀ ବାସଭବନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଘରୁ ୬ଟି ବୁଲେଟ, ଫର୍ଡ ଫିଗୋ କାର୍ ସମେତ ନଗଦ ୮ ଲକ୍ଷ ୭୧ ହଜାର ଟଙ୍କା ଜବତ କରାଯାଇଥିବା ବେଳେ କନିଷ୍ଠ କିରାଣୀ ଶ୍ରୀ ରଥଙ୍କୁ ଗିରଫ କରିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଶ୍ରୀ ରଥଙ୍କୁ ବଲାଙ୍ଗିର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚୁରା କରାଯାଉଛି। ତେବେ, ଉକ୍ତ ଅର୍ଥ ଆତ୍ମସାତ ଘଟଣାରେ ତତ୍କାଳୀନ ବ୍ଲକ ଶିକ୍ଷ୍ୟା ଅଧିକାରୀ ରିଚପାଲ ସାଗର, ଡିଲିଙ୍ଗ କ୍ଲର୍କ ଓ ମୁଖ୍ୟ କିରାଣୀ ମଧ୍ୟ ଏହି ଏଥିରେ ସମ୍ପୃକ୍ତ ରହିଥିବା ନେଇ ଅଭିଯୁକ୍ତ ପ୍ରମୋଦ ରଥ। ସୂଚନା ମିଳିଛି।