କୃଷି ଆଇନକୁ ସିପିଆଇର ବିରୋଧ

କୋରୁକୋଣ୍ଡା,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଖେଳପଡିଆରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ବିରାଟ ରାଲି ସହ ସଭାର ଆୟୋଜନ କରାଯାଇଥିଲା। ଏହାସହ ସେମାନେ ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜିଲ୍ଲାକୁ ରେଳ ଲାଇନର ସଂଯୋଗ ହୋଇପାରିଲା ନାହିଁ, କୋଣ୍ଡା ଏବଂ ରେଡ୍ଡୀ ସମ୍ପ୍ରଦାୟଙ୍କୁ ଜାତିଗତ ପ୍ରମାଣପତ୍ର ଏବଂ ଦିଶାରିମାନଙ୍କ ପାଇଁ ଆଜି ସୁଦ୍ଧା ମାସିକ ଭତ୍ତା କରା ଯାଇନଥିବା ଅଭିଯୋଗ କରିଥିଲେ। ଏହାସହ ଦିସାରୀଙ୍କୁ ହୁଣ୍ଡି ଘର, ବଡପୁଟ ଠାରୁ ଏରଗୁପୁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉ, ଶିକ୍ଷିତ ବେକାରୀଙ୍କୁ ମାସିକ ଭତ୍ତା ବା ରୋଜଗାର ଦିଆଯାଉ, ପ୍ରତି ଗାଁରେ ସ୍କୁଲ, ପାନୀୟଜଳ, ପକ୍କା ରାସ୍ତା ଏବଂ ସମସ୍ତଙ୍କୁ ମେଡ଼ିସିନ ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ। ଜୟପୁର ଠାରୁ ମୋଟୁ ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି କହିବା ସହ ସର୍ବମୋଟ ୧୩ ଦଫା ନେଇ କମ୍ୟୁନିଷ୍ଟ ପାର୍ଟିପକ୍ଷରୁ ଆଜି ଏହି ଶୋଭାଯାତ୍ରା କରାଯାଇଥିଲା।