ଗୁଣପୁର,ଏନ୍ଏନ୍ଏସ୍: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗୁଣପୁର ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀ। ସୂଚନା ଅନୁସାରେ, ଶ୍ରୀ ପାଢ଼ୀଙ୍କ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍ବର ଚଢ଼ଉ ଜାରି ରହିଛି । ଗୁଣୁପୁରସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ବ୍ରହ୍ମପୁର ଘରେ, ଧରାକୋଟ୍ ବ୍ଲକ୍ ମାଣିକପୁର କ୍ରସର୍ ୟୁନିଟ୍, ପୁରୀ ଘରେ ଭିଜିଲାନ୍ସ ଚଢଉ କରିଥିବା ଜଣାପଡିଛି।