ଅମ୍ବାଭୋନା,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଅମ୍ବାଭୋନା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅଧ୍ୟକ୍ଷା ନୀଲ କୁମାରୀ ନାୟକଙ୍କ ସଭାପତିତ୍ତ୍ୱରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ବିଦ୍ୟାଧର ବଡ଼ପଣ୍ଡା ପ୍ରାରମ୍ଭିକ ସୂଚନା ଓ ବିବରଣୀ ପାଠ କରିଥିବାବେଳେ କରୋନା ସମୟରେ ବାଧାପ୍ରାପ୍ତ ବିକାଶଧାରାକୁ ଆଗାମୀ ଦିନରେ କ୍ରୀୟାଶୀଳ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଅମ୍ବାଭୋନା ବ୍ଲକର ସମସ୍ତ ଗ୍ରାମକୁ ପାନୀୟଜଳ ଯୋଗାଣ ନେଇ ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅମ୍ବାଭୋନା ତହସିଲଦାର ସୀତାରାମ ଭୋଇ, ବିଡିଓ ଆଲଫ୍ରାନସ ବିଲୁଙ୍ଗ, ଥାନା ଅଧିକାରୀ ଆଲୋକ ବେହେରା, ବ୍ଲକ୍ ଉପାଧ୍ୟକ୍ଷ ଠାକୁରରାମ ପଟେଲ, ଜିଲ୍ଲାପରିଷଦସଭ୍ୟ ସାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ହିତାକାଂକ୍ଷୀ ପ୍ରଧାନ, ଯୋଗାଣ ଅଧିକାରୀ ଅଜୟ କେରକେଟା, ବ୍ଲକ ପଶୁସଂପଦ ଅଧିକାରୀ ଡ. ସୀତାକାନ୍ତ ପରିଡା, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଫକୀର ପ୍ରଧାନ, କୃଷି ଅଧିକାରୀ ପ୍ରାଣବନ୍ଧୁ ସାହୁ, ଉନ୍ନୟନ ବିଭାଗ ତରଫରୁ ସୁଶ୍ରୀ ରଶ୍ମିତା ନାଏକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜନିଜ ବିଭାଗର ବିକାଶମୁଖୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରଗତି ସହାୟକ ମହିମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।