ବିଜୟା ଦଶମୀ: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଆର୍‌ଏସ୍‌ଏସ୍‌ ମୁଖ୍ୟ କଲେ ଶସ୍ତ୍ର ପୂଜା

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପବିତ୍ର ଦଶଦହରା। କିନ୍ତୁ ଚଳିତ ବର୍ଷ କୋଭିଡ-୧୯ କଟକଣା ସହିତ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଦେଶବ୍ୟାପୀ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି।

ଦଶହରା ଅବସରରେ ଲୋକେ ଅନେକ ଶୁଭ କାମ ଆରମ୍ଭ ମଧ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଜୟା ଦଶମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ୭ଟି ନୂଆ ପ୍ରତିରକ୍ଷା କଂପାନୀ ସମର୍ପିତ କରିବେ। ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବ‌େ।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆଜି ପୂର୍ବାହ୍ନରେ ଶସ୍ତ୍ର ପୂଜା କରିଛନ୍ତି। ବିଜୟା ଦଶମୀ ଅବସରରେ ପ୍ରତିବର୍ଷ ଭଳି ମୋହନ ଭାଗବତ ମହାରାଷ୍ଟ୍ରର ନାଗପୁରସ୍ଥିତ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ଏହି ଶସ୍ତ୍ର ପୂଜା କରିଛନ୍ତି।

ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଆର୍‌ଏସ୍‌ଏସ୍‌ର ପ୍ରତିଷ୍ଠାତା କେବି ହେଡଗେୱାର ଓ ଏମ୍‌ଏସ୍‌ ଗୋଲୱାଲକଙ୍କ ସମାଧୀ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।