ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ

ରାଉରକେଲା,ଏନ୍ଏନ୍ଏସ୍: ଦିନକୁ ଦିନ ଷ୍ଟିଲସିଟିରେ ବଢିବାରେ ଲାଗିଛି ଅପରାଧ। ଏହି ପରିପ୍ରେକ୍ଷୀରେ ରାଉରକେଲା ସେକ୍ଟର-୫ରେ ଏକ ଅଭାବନୀୟ ଘଟଣା ଘଟିଛି। ଯୁବକଙ୍କ ଗଳା କାଟି ଅତି ବିଭତ୍ସ ହତ୍ୟା କରାଯାଇଛି। ସେକ୍ଟର-୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲ ପାଚେରୀ କଡରୁ ଉଦ୍ଧାର ହୋଇଛି ମୃତଦେହ ଉଦ୍ଧାର।

ମାତ୍ର ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନି। ପୁଲିସର ତଦନ୍ତ ପରେ ସବୁକିଛି ସତ୍ୟା ସାମ୍ନାକୁ ଆସିବୋ ବୋଲି ଅନୁମାନ କରାଯାଇଛି।