ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଚାଞ୍ଚଲ୍ୟକର ଖବର। ଅଳିଆ ଗଦାରେ ପଡ଼ିଛି ଛିଣ୍ଡା ହାତ ଓ ଗୋଡ଼। ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ପଡ଼ିଛି ଏହି ହାତ, ଗୋଡ଼। ମିଳିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ସୂଚନା।
ପ୍ରଥମେ ସ୍ଥାନୀୟ ଲୋକ ପ୍ରଥମେ ଏହାକୁ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଖାରବେଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତେବେ ନିକଟରେ ଥିବା ଏକ ମେଡିକାଲ ଇନଷ୍ଟିଚ୍ୟୁଟ ଲ୍ୟାବରୁ ଆସିଥାଇପାରେ ବୋଲି ଅନୁମାନ କରୁଛି ପୁଲିସ। ତେବେ ଏହି ଛିଣ୍ଡା ହାତ, ଗୋଡ଼ କାହାର ଏବଂ ଏହା ଅଳିଆ ଗଦାକୁ କିପରି ତାହା ଅସ୍ପଷ୍ଟ ରହିଛି।