କେନ୍ଦ୍ର ସମବାୟ ସମିତିର ଶାଖା ପରିଚାଳକଙ୍କ ଘରେ ଭିଜିଲାନ୍ସ ରେଡ଼

ବଲାଙ୍ଗିର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲାର ଲାଠୋର କେନ୍ଦ୍ର ସମବାୟ ସମିତି ଶାଖା ପରିଚାଳକ ସାଗର ରଣା। ଏହି ପରିପ୍ରେକ୍ଷୀରେ ତାଙ୍କ ବାସଭବନ ସହ ୩ଟି ସ୍ଥାନରେ ଏକକାଳୀନ ରେଡ଼ କରିଛି ଭିଜିଲାନ୍ସ ଟିମ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ହୋଇଛି।

ତାଙ୍କ ବାସଭବନ ସହ ଟିଟିଲାଗଡ ହାଇସ୍କୁଲ ପଡ଼ା, ଘୁଂସର ସ୍ଥିତ ଶ୍ୱଶୁର ଘରେ ମଧ୍ୟ ଏକକାଳୀନ ରେଡ଼ ଚାଲିଛି।