ଏୟାରପୋର୍ଟରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୩୦ ଜୀବନ

ଆଡେନ,ଏଜେନ୍ସି: ୟେମେନର ଆଡେନ ଏୟାରପୋର୍ଟରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଭୟାବହ ବିସ୍ଫୋରଣରେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସାଉଦି ଆରବ ସମର୍ଥିତ ମେଣ୍ଟ ସରକାରର ନେତା ଏୟାରପୋର୍ଟରେ ଅବତରଣ କରିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସବୁ ନେତା ସାଉଦି ଆରବ ସରକାର ସହ ଆଲୋଚନା କରି ଫେରୁଥିଲେ। ତେବେ ଏହି ବିସ୍ଫୋରଣରେ ନେତା ସୁରକ୍ଷିତ ଥିବା ସୂଚନା ମିଳିଛି।

ୟେମେନ ଓ ସାଉଦି ଆରବ ଏହି ଭୟଙ୍କର ଆକ୍ରମଣ ପାଇଁ ଇରାନର ସମର୍ଥିତ ହୁତୀ ସଂଗଠନକୁ ଦାୟୀ କରିଛି। ଅନ୍ୟପଟେ ହୁତୀ ସଂଗଠନ ଏହି ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିଛି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କର ଜୀବନ ଯିବା ସହ ବହୁ କ୍ଷତି ହୋଇଥିବା ସୂଚନା ମିଳିଛି।