ପ୍ରଧାନଶିକ୍ଷକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

ବରଗଡ଼, ଏନ୍ଏନ୍ଏସ୍: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ବରଗଡ଼ ଜିଲ୍ଲା ତିଲେଇମାଲରେ ଥିବା ପ୍ରମୋଦଙ୍କ ଘର ସମେତ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି, ବରଗଡ଼ ଜିଲ୍ଲା ବରପାଲି, ବଲାଙ୍ଗିର ଜିଲ୍ଲା ଆଗଲପୁର ଏବଂ ଗଣ୍ଠିଆପାଲି ହାଇସ୍କୁଲରେ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ତରଫରୁ ଏକକାଳୀନ ଚଢ଼ଉ କରାଯାଇଛି । ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗିର, ସମ୍ବଲପୁରର ଭିଜିଲାନ୍ସ ଟିମ ଚଢ଼ଉ ଜାରି ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତି ରହିଛି ତାହା ଆକଳନ କରାଯାଇପାରିନାହିଁ ।