୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଚିତ୍ରକୋଣ୍ଡା ପୁଲିସର ମିଳିତ ଉଦ୍ୟମରେ ୮୬ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଚିତ୍ରକୋଣ୍ଡା ଥାନା ଡାଇକ-୩ ନିକଟସ୍ଥ ମୁଦୁଲିଗୁଡ଼ା, ଆମ୍ବପଦର, ମାଝୀଗୁଡ଼ା ଏବଂ ହଂସଗୁଡା ଆଦି ଗ୍ରାମରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ସମୁଦାୟ ୧ ଲକ୍ଷ ୩୭ ହଜାର ୬୦୦ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ର ଅନୁମାନିକ ମୂଲ୍ୟ ୧୩ କୋଟି ହେବ ବୋଲି ଅବକାରୀ ଓଆଇସି ଜଗା ରାଓ ସୂଚନା ଦେଇଛନ୍ତି।