ଭଟଲିରେ ବିଜେପିର ପ୍ରଶିକ୍ଷଣ ଶିବିର

ବରଗଡ଼,ଏନ୍ଏନ୍ଏସ୍: ଭଟଲି ବିଧାନସଭାର ଉଦେପାଲି ମଣ୍ଡଳରେ ବିଜେପିର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶିବିରକୁ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିଶ ଆଚାର୍ଯ୍ୟ ଉଦଘାଟନ କରିଥିଲେ । ବରିଷ୍ଠ ନେତା ସୌରୀଚରଣ ବାରିକ, ସୁଶାନ୍ତ ମିଶ୍ର, ଭଟଲି ମଣ୍ଡଳ ସଭାପତି ଅଚ୍ୟୁତ ବୁଧିଆ , ଡ.ଅରୂପାନନ୍ଦ ସାହୁ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ହରି ସାହୁ , ଦୁର୍ଲଭ ମାଝୀ, ଆଲୋକ ନାୟକ , ପ୍ରଭଞ୍ଜନ ମହାପାତ୍ର, ପବିତ୍ର ପଟେଲ , ରାଜେନ୍ଦ୍ର ମହାପାତ୍ର, ଦୁର୍ଗାପ୍ରସାଦ ସିଂ , ଟେମେଶ୍ୱର ନାୟକ , ରୋହିତ ଦୁଆନ, ମହାବୀର ମହାପାତ୍ର, ଗୋପାଲ ନାୟକ , ପବିତ୍ର ମହାପାତ୍ର , କ୍ଷୀରୋଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।