ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଜଗତସିଂହପୁର,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭିଜିଲାନ୍ସର ୨୫ ଜଣିଆ ଟିମ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ସକାଳ ୬ଟାରୁ ଚଢ଼ଉ ଆରମ୍ଭ ହୋଇଥିବା ବେଳେ ତାଙ୍କ ଘରୁ ତାଙ୍କର ନିଜ ନାମରେ ଓ ପରିବାର ଲୋକଙ୍କ ନାଁରେ ଥିବା ୧୦ଟିରୁ ଊର୍ଦ୍ଧ୍ୱ ବ୍ୟାଙ୍କ ପାସବୁକ, କାଗଜପତ୍ର ଆଦିର ଯାଞ୍ଚ ହେଉଛି।

ରବୀନ୍ଦ୍ର ସେନାପତିଙ୍କ ଏରସମା ଥାନା ଗଡ଼ ବିଶିନୀପୁର ପଞ୍ଚାୟତ ଆନନ୍ଦପୁର ସ୍ଥିତ ପୈତୃକ ଘର ସମେତ ସିପି ମକୁନ୍ଦପୁର ଗ୍ରାମରେ ଥିବା ନୂଆ ଦୁଇ ମହଲା ଘର, ଭୁବନେଶ୍ୱର ହଂସପାଳ ସ୍ଥିତ ସୁରକ୍ଷା ବାଟିକାରେ ଥିବା ଆପାର୍ଟମେଣ୍ଟ ଓ ତିର୍ତ୍ତୋଲ କୋର୍ଟ କାର୍ଯ୍ୟାଳୟ ଆଦି ୪ଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ଉ କରିଛି ଭିଜିଲାନ୍ସ। ଭିଜିଲାନ୍ସର ୨୫ ଜଣିଆ ଟିମ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ସେହିପରି ବ୍ୟାଙ୍କରେ ଥିବା ଲକର ଖୋଲା ହେବା ପରେ ସୁନା ଗହଣା ଓ ନଗଦ ଟଙ୍କା ବାବଦରେ ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।