ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ୮୨ ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ରାତି ୧୨ଟା ୩୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ନିମୋନିଆରେ ପୀଡ଼ିତ ହୋଇ ଅନେକ ଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଶାନ୍ତନୁଙ୍କ ପରଲୋକ ହୋଇଥିବା ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି।

ଅରୁନ୍ଧତୀ, ଚିଲିକା ତୀରେ, ଡୋରା, ସୂର୍ଯ୍ୟମୁଖୀ, ପ୍ରିୟତମା, ଅଗ୍ନିପରୀକ୍ଷା, ଏବଂ ମେଘମୁକ୍ତି ଭଳି ଅନେକ ଓଡ଼ିଆ ଚଳଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ନିଜର କାମ ପାଇଁ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି।