ଏୟାରଲିଫ୍ଟ ହେବେ ଭିଜିଲାନ୍ସ ନିର୍ଦ୍ଦେଶକ

କଟକ,ଏନ୍ଏନ୍ଏସ୍: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ। ଦେବାଶିଷ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେଉଥିବାରୁ ତାଙ୍କୁ ଭେଣ୍ଟିଲିଟର ସପୋର୍ଟରେ ରଖାଯାଇଛି। ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ ଯୋଗେ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତରଣ ପାଇଁ କୋଲକାତା ସ୍ଥିତ ଏକ ସୁପରସ୍ପେଶାଲିଟି ହସ୍ପିଟାଲର ୪ ଜଣିଆ ଟିମ ଆଜି କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ପହଞ୍ଚିଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ଯିବେ ଦେବାଶିଷ।

ଇକ୍ମୋ ଏବଂ କ୍ରିଟିକାଲ କେୟାରର ୨ଟି ଟିମ ଉପସ୍ଥିତ ଅଛନ୍ତି। ସ୍ଥାନାନ୍ତରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି।