କୋଭିଡରେ ଲ୍ୟାବ ଟେକ୍ନିସିଆନଙ୍କ ମୃତ୍ୟୁ, ୧ କୋଟି ସହାୟତା ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀର ନଜଫଗଡ ଅଞ୍ଚଳରେ ଜଣେ କୋଭିଡ ଯୋଦ୍ଧା ତଥା ଲ୍ୟାବ ଟେକ୍ନିସିଆନଙ୍କ କୋଭିଡରେ ମୃତ୍ୟୁ ଘଟିଛି। ଦିଲ୍ଲୀ ରାଜସ୍ୱ ମନ୍ତ୍ରୀ କୈଳାଶ ଗେହଲଟ ମୃତ କୋଭିଡ଼ ଯୋଦ୍ଧାଙ୍କ ପରିବାରକୁ ୧ କୋଟି ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି।

ଜଗ ପ୍ରବେଶ ଦଗାର ଚୌଧୁରୀ ବ୍ରାହ୍ମ ପ୍ରକାଶ ଆୟୁର୍ବେଦ ଚରକ ସଂସ୍ଥାନ ଲାବୋରଟୋରୀରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ। ସେ ଗତବର୍ଷ ଜୁନ ମାସରେ କୋଭିଡ ମହାମାରୀରେ ପ୍ରାଣ ହରାଇଥିଲେ। ତାଙ୍କ ପରିବାରରେ ପତ୍ନୀଙ୍କ ସମେତ ୨ ଜଣ ସନ୍ତାନ ଅଛନ୍ତି। ଦଗାର ୨୦୧୨ ମସିହାରେ ଚୁକ୍ତିଭିତ୍ତିକ ଆଧାରରେ ଟେକ୍ନିସିଆନ ଭାବେ ଲ୍ୟାବରେ କାର୍ଯ୍ୟ କରୁଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୃତକଙ୍କ ପରିବାରକୁ ସହାୟତା ଯୋଗାଇଥିଲେ। କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା କୋଭିଡ ଯୋଦ୍ଧାଙ୍କୁ ଦିଲ୍ଲୀ ସରକାର ୧ କୋଟି ସହାୟତା ରାଶି ଯୋଗାଇବେ ବୋଲି ଗତବର୍ଷ ଘୋଷଣା କରିଥିଲେ। ଦଗାରଙ୍କ ପିତା ବଲଜିତ ସିଂ ସରକାରଙ୍କଠାରୁ ସହାୟତା ରାଶି ପାଇବା ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଧନ୍ୟବାଦ ଜଣାଇଥିଲେ।

ଭବିଷ୍ୟତରେ କୌଣସି କ୍ଷେତ୍ରରେ ଆବଶ୍ୟକ ପଡିଲେ ସରକାର ତାଙ୍କୁ ସହଯୋଗ କରିବେ ବୋଲି ମନ୍ତ୍ରୀ ଗେହଲଟ ପରିବାରକୁ କହିଛନ୍ତି। ଏହି ଅର୍ଥରାଶି ପ୍ରଦାନ ସମୟରେ ମନ୍ତ୍ରୀ କହିଛନ୍ତି ଯେ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା କୋଭିଡ ଯୋଦ୍ଧାଙ୍କୁ ନେଇ ସରକାର ଗର୍ବ ଅନୁଭବ କରୁଛନ୍ତି। ତେବେ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଦିଲ୍ଲୀକୁ ମହାମାରୀ ବିରୋଧରେ ଲଢେଇରେ ସଫଳତା ଦେଇଛି। ଏହି କରୋନା ଯୋଦ୍ଧାଙ୍କ ପରିବାରକୁ ସରକାର ଆଶୀର୍ବାଦ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।