କଟକ ଏସସିବିରେ ସ୍ଥାପନ ହେଲା ୬ଟି ଇକମୋ ମେସିନ

କଟକ,ଏନ୍ଏନ୍ଏସ୍: କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଇକମୋ ମେସିନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ଇକମୋ ମେସିନର ୬ଟି ୟୁନିଟ ଖୋଲିବା ପାଇଁ ଯୋଜନା କରିଛନ୍ତି। ଏନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ଏହି ମେସିନ ଚଳାଇବା ପାଇଁ ଯେଉଁ ମାନବ ସମ୍ବଳ ଆବଶ୍ୟକତା ରହିଛି ତାହାକୁ ପୂରଣ କରି ୟୁନିଟ ଚାଲୁ କରାଯିବ ବୋଲି ସେ କହିଛନ୍ତି। ଆଗରୁ ଦେଶରେ ଇକମୋ ମେସିନର ସେତେଟା ବ୍ୟବହାର ନଥିବା ବେଳେ କରୋନା ସମୟରେ ଏହି ମେସିନର ଚାହିଦା ବଢ଼ିଯାଇଛି। ତେଣୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏହାକୁ ସ୍ଥାପନ କରିବାକୁ ସରକାର ଯୋଜନା କରିଥିବା ଶ୍ରୀ ମହାନ୍ତି କହିଛନ୍ତି।