ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର

ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧ ଟ୍ରେଜେରୀ ଅଫିସର ଆକାଉଣ୍ଟାଣ୍ଟ୍ ନାରାୟଣ ମଲିକ ହରଭଙ୍ଗା ବ୍ଲକର ଅବସରପ୍ରାପ୍ତ ଅଧିକାରି ବ୍ରଜବିହାରି ମେହେରଙ୍କ ଛୁଟି ଏରିୟର ଟଙ୍କା ବିଲ କରାଇଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।