ଫତେଗଡ଼ ଥାନା ଘେରିଲେ ଗ୍ରାମବାସୀ,୨ ପ୍ଲାଟୁନ ଫୋର୍ସ ମୁତୟନ

ନୟାଗଡ଼, ଏନଏନଏସ: ଫତେଗଡ଼ ଥାନା ମଣିପୁର ରେ ଯୁବକଙ୍କୁ ଘରୁ ଉଠାଇ ନେଇ ଗୁଳି କରି ହତ୍ୟା ଘଟଣାକୁ କେନ୍ଦ୍ର କରି ଫତେଗଡ଼ ଥାନା ଘେରିଲେ ଗ୍ରାମବାସୀ । ଅଭିଯୁକ୍ତ ଙ୍କୁ ଗିରଫ ଏବଂ କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଟାୟାର ଜାଳି ଶବ ରଖି ବସିଛନ୍ତି ଗ୍ରାମବାସୀ । ତେବେ ୨ ପ୍ଲାଟୁନ ଫୋର୍ସ ସହ ଥାନା ସମ୍ମୁଖରେ ଖଣ୍ଡପଡା ଏସ ଡି ପି ଓ ରହିଥିବା ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ଏହି ଗାଁ ର ଅର୍ଜୁନ ବଳିଆରସିଂ ନାମକ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାରୁ ଉଠାଇ ନେଇଥିଲେ ଦୁର୍ବୁର୍ତ୍ତ । କଟକ ଜିଲ୍ଲା ବୈଦେଶ୍ୱର ଥାନା ଅଞ୍ଚଳ ରେ ଗୁଳି କରି ହତ୍ୟା କରିଥିଲେ ।ତେବେ ମୃତ ଅର୍ଜୁନ ଙ୍କ ପରିବାର ପକ୍ଷରୁ ଏନେଇ ଏତଲା ହୋଇଥିଲା ।ପୋଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା ।ତେବେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଚ୍ଛେଦ ହୋଇ ଗାଁ ରେ ପହଁଚିବା ପରେ ଉତେଜନା ହୋଇଥିଲା ।