ଏପ୍ରିଲ ୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏପ୍ରିଲ ୩ ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ। ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି।

ଏସମ୍ପର୍କରେ ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ଅବଗତ କରାଯାଇଛି। କରୋନା ମହାମାରୀ ଯୋଗୁଁ ଗତ ବର୍ଷ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ହୋଇପାରିନଥିଲା ତେଣୁ ଲଗାତାର ଭାବେ ୨ଟି ବ୍ୟାଚର ସମାବର୍ତ୍ତନ ଉତ୍ସବ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। ଏପ୍ରିଲ ପହିଲାରେ ୨୦୧୯-୨୦ ବ୍ୟାଚର ଉତ୍ସବ ହେବାକୁ ଥିବାବେଳେ ଏପ୍ରିଲ ୩ରେ ୨୦୨୦-୨୧ ବ୍ୟାଚର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଉତ୍ସବରେ ପ୍ରାୟ ୨୦୦ ଜଣଙ୍କୁ ଗୋଲ୍‌ଡ ମେଡାଲ ସହ ଡିଗ୍ରୀ ପ୍ରଦାନ କରାଯିବ। ତେବେ କେଉଁ ମାନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ ସେନେଇ ସୂଚନା ମିଳିନାହିିଁ।