ଦିନକରେ ୮୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୮୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯ଜଣ ଓ ସ୍ଥାନୀୟ ସଂକ୍ରମଣ ୩୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୮ହଜାର ୪୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୨୫, ସୁନ୍ଦରଗଡ଼ରୁ ୧୦, ବରଗଡ଼ରୁ ୯, ଯାଜପୁର ଓ ରାୟଗଡ଼ାରୁ ୫ ଲେଖାଏଁ, ଅନୁଗୁଳ, ଖୋର୍ଦ୍ଧା ଓ ସମ୍ବଲପୁରରୁ ୪ ଲେଖାଏଁ, କଳାହାଣ୍ଡି ଓ ମୟୁରଭଞ୍ଜରୁ ୩ ଲେଖାଏଁ, ଗଞ୍ଜାମ ଓ ଜଗତସିଂହପୁରରୁ ୨ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୭ଲକ୍ଷ ୧୨ହଜାର ୧୧୭ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୮ ହଜାର ୪୮୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୫ହଜାର ୮୫୭ଜଣ ସୁସ୍ଥ ହୋଇଛନ୍ତି, ୧୯୧୮ଜଣଙ୍କର ମୃତ୍ୟୁ ଘଟିଛି ଓ ୬୬୧ ଜଣ ଚିକିତ୍ସିତ ହେଉଛନ୍ତି।