ଷ୍ଟାର କୁସ୍ତିଯୋଦ୍ଧା ଗୀତା ଫୋଗାଟଙ୍କ ଭଉଣୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ଭାରତର ମହିଳା କୁସ୍ତିଯୋଦ୍ଧା ଗୀତା ଫୋଗାଟ ଓ ବବିତା ଫୋଗାଟଙ୍କ ମାମୁଁ ଝିଅ ଭଉଣୀ ରିତିକା ଫୋଗାଟ ଆତ୍ମହତ୍ୟା କରିଛନ୍ତି। ସୋଶିଆଲ ମିଡିଆରେ ଜାରି ହୋଇଥିବା ସୂଚନାନୁସାରେ, ରିତିକା କେବଳ ଗୋଟିଏ ପଏଣ୍ଟ ଯୋଗୁ ମ୍ୟାଚରେ ହାରିଯାଇଥିବାରୁ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନର କରିିଛି।

ସୂଚନାଯୋଗ୍ୟ, ୧୭ ବର୍ଷୀୟ ରିତିକା ମ୍ୟାଚ୍ ହାରିବା ପରେ ମାନସିକ ରୂପେ ଦୁଶ୍ଚିନ୍ତାରେ ଥିଲେ। ରିତିକାଙ୍କୁ ଜିଲ୍ଲାସ୍ତରୀୟ ସବଜୁନିୟର ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।