ଆଲୁମିନିୟମ ତାର ସହ ଗାଡି ଜବତ, ଜଣେ ଅଟକ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳରେ ଲକଡାଉନର ଫାଇଦା ନେଇ ଚୋରଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଏକ ପିକଅପ୍ ଭ୍ୟାନ ଗାଡିରେ ଆଲୁମିନିୟମ ଚୋର ଚାଲାଣ ହେଉଥିବା ଖବର ପାଇ ଆଜି ବିଳମ୍ବିତ ରାତ୍ରିରେ ସଇଁନ୍ତଳା ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ଓଡ଼ି-୧୫ଜି-୫୭୩୪ ନାମକ ପିକଅପ ଗାଡିକୁ ଜବତ କରିବା ସହ ଗାଡିରୁ ଆଲୁମିନିୟମ ତାର ଜବତ ହୋଇଛି। ଏଥିସହ ପୁଲିସ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।