ସିଙ୍ଗାପୁରକୁ ବିମାନ ସେବା ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ କେଜ୍ରିୱାଲଙ୍କ ନିବେଦନ

ନୂଆଦିଲ୍ଲୀ: ସିଙ୍ଗାପୁରରୁ ଆସିଥିବା କରୋନାର ନୂଆ ରୂପ ପିଲାଙ୍କ ପାଇଁ ଖୁବ୍ କ୍ଷତିକାରୀ କୁହାଯାଇଥିବାବେଳେ ଭାରତରେ ଏହା ତୃତୀୟ ଲହରୀ ହୋଇପାରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକଥା କହିଛନ୍ତି। ସେଥିପାଇଁ ସିଙ୍ଗାପୁର ସହ ବିମାନ ସେବା ତତ୍କାଳ ରଦ୍ଦ କରିବାକୁ କ୍ରେଜିୱାଲ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ପିଲାଙ୍କ ଲାଗି ପ୍ରାଥମିକତା ଆଧାରରେ ଭ୍ୟାକ୍ସିନ ପ୍ରସ୍ତୁତ କରାଯିବା ଉଚିତ।

ସୂଚନାଯୋଗ୍ୟ, ସିଙ୍ଗାପୁରରେ କରୋନାର ନୂଆ ମାମଲା ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିଙ୍ଗାପୁର ମେ’ ୧୪ରେ ଜନସଭା ଓ ଗତିବିଧି ଉପରେ କଟକଣା ଜାରି କରିଥିଲା।